କଟକ ଓସିଏ କନଫରେନ୍ସ ହଲରେ ଅଗ୍ନିକାଣ୍ଡ । କିପରି ନିଆଁ ଲାଗିଲା କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଅଗ୍ନିଶମ ବାହିନୀ । ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରରଗ୍ଧ ରଖିଛନ୍ତି ଅଗ୍ନିଶମ ବାହିନୀ ।ଶନିବାର ଅପରାହ୍ନ ପ୍ରାୟ ୨ଟା ୧୫ ସମୟରେ ନିଆଁ ଲାଗିଥିଲା । କନଫରେନ୍ସ ହଲ୍ ପରିସରରୁ ଧୂଆଁ ବାହାରୁଥିବା ଦେଖି ଓସିଏ କର୍ମକର୍ତ୍ତା ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ବକ୍ସି ବଜାର ଦମକଳ କେନ୍ଦ୍ରର ଗୋଟିଏ ଟିମ୍ ସେଠାର ପହଞ୍ଚି ତୁରନ୍ତ ପଦକ୍ଷେପ ନେଇଥିଲା । ଖୁବ୍ କମ୍ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇପାରିଛି । ତେବେ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା କହିଛି ଅଗ୍ନିଶମ ବିଭାଗ ।