ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ରୋଡ ଶୋ’ କରିଛନ୍ତି। ନୂଆପଡାରୁ ଖରିଆଳ ରୋଡ୍ ପର୍ଯ୍ୟନ୍ତ ରୋଡ୍ ଶୋ’ କରିଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ। ଜୟଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସେ ଭୋଟରଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି ଆପଣମାନେ ଖୁସି ତ କହିଲେ। ଆଦିବାସୀଙ୍କ ଦୁଃଖ ବୁଝିବ କିଏ? ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି।






