ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ କରାଯାଇଛି । ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା କଡାକଡି କରାଯାଇଛି । ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂକୁ କଡ଼ାକଡ଼ି କରାଯାଇଛି ।ସେହିଭଳି ଧାର୍ମିକ ସ୍ଥଳ ପୁରୀରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସମ୍ବଲପୁରରେ ମଧ୍ୟ ସକ୍ରିୟ ଜିଲ୍ଲା ପୋଲିସ । ହୀରାକୁଦ ଡ୍ୟାମ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢ଼ାଯିବ । ସ୍ଥାନୀୟ ଜ଼ିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ । ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।






