ଏବେ ଜାତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ବିହାର । ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ।ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ୨୦ଟି ଜିଲାର ୧୨୨ଟି ନିର୍ବାଚନମଣ୍ଡଳୀରେ ମତଦାନ ଆରମ୍ଭ ହୋଇଛି। ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟବ୍ୟାପୀ ୪୦୦,୦୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ଦ୍ବିତୀୟ ଫେଜ୍ରେ ଆଜି ୧୨୨ ଆସନରେ ଭୋଟ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ । ଭୋଟିଂ ସରିବା କ୍ଷଣି ଏକ୍ଜିଟ୍ ପୋଲ୍ ବା ବୁଥ୍ବାହୁଡ଼ା ରିପୋର୍ଟ ଆସିବ । ନଭେମ୍ବର ୧୪ରେ ଭୋଟ ଗଣତି ହେବା ପରେ ହିଁ ପ୍ରକୃତ ଫଳାଫଳ ସାମ୍ନାକୁ ଆସିପାରିବ । ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ପ୍ରାୟ ୧,୦୦୦ କମ୍ପାନୀ (ପ୍ରାୟ ୧୦୦,୦୦୦ କର୍ମଚାରୀ) ପୂର୍ବରୁ ନିୟୋଜିତ ହୋଇଛନ୍ତି। ଏହା ସହିତ, ୬୦,୦୦୦ରୁ ଅଧିକ ବିହାର ପୋଲିସ କର୍ମଚାରୀ ଏବଂ ହୋମଗାର୍ଡ ସମେତ ୧,୫୦,୦୦୦ ଅନ୍ୟାନ୍ୟ କର୍ମଚାରୀ ନିର୍ବାଚନ ଡ୍ୟୁଟିରେ ଅଛନ୍ତି।
ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପରେ, ବିହାର ପୋଲିସ ସାରା ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି।






