ମୟୂରଭଞ୍ଜ ଖୁଣ୍ଟା ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଦୁଷ୍କର୍ମ ଅଭିଯୋଗରେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଜଣେ ୧୦ ବର୍ଷର ନାବାଳିକାଙ୍କୁ ମାସେ ଧରି ୩ଜଣ ଅଭିଯୁକ୍ତ ଅଲଗା ଅଲଗା ସମୟରେ ଦୁଷ୍କର୍ମ କରୁଥିଲେ । ଘଟଣାର ଦେଢ଼ ମାସ ପରେ ଧରାପଡ଼ିଲେ ୩ ଅଭିଯୁକ୍ତ । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଓ ଦୁଇ ଜଣ ଯୁବକ ରହିଛନ୍ତି । ସେମାନଙ୍କ ମଧ୍ୟରୁ ନାବାଳିକାଙ୍କ ଭିଣୋଇ ମଧ୍ୟ ଜଣେ ଦୁଷ୍କର୍ମକାରୀ । ସେ ନାବାଳିକାଙ୍କୁ ନିଜ ଘରକୁ ନେଇ ଦୁଷ୍କର୍ମ କରୁଥିଲେ ।ତେବେ ପୀଡିତା ଅସୁସ୍ଥ ହେବାରୁ ତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ।ନାବାଳିକାକୁ ନିଜ ଘରକୁ ନେଇ ସେଠାରେ ଦୁଷ୍କର୍ମ କରିବା ସହିତ ପୂର୍ବରୁ ମଧ୍ୟ ଦୁଷ୍କର୍ମ କରିଥିବା ନେଇ ଥାନାରେ ମାମଲା ହୋଇଛି ।





