ଆକାଶ ଛୁଆଁ ପରିବା ଦର। ବ୍ୟବସାୟୀ ପରିବା କିଣିବାକୁ ଡରୁଛନ୍ତି, ବିକିବେ କଣ? । ଲଗାଣ ବର୍ଷା ଆଉ ଡ୍ରାଇଭର ସଙ୍ଘର ଧର୍ମଘଟ ଯୋଗୁଁ ବଜାରକୁ ପରିବା ଆସୁନଥିବା ଅଭିଯୋଗ କରିଛନ୍ତି ବ୍ୟବସାୟୀ । ଯାହାବି ଯେତିକି ଆସୁଛି ତାହା ବାଟରେ ପଚି ନଷ୍ଟ ହେଉଛି । କଟକ ଛତ୍ର ବଜାରରେ ଆକାଶ ଛୁଆଁ ପରିବା ଦର ହୋଇଛି । କଟକ ଛତ୍ରବଜାରେ ଆଳୁ- କିଲୋ ୨୦, ପିଆଜ – କିଲୋ ୨୫, କଖାରୁ – କିଲୋ ୨୦, ପୋଟଳ – କିଲୋ ୩୦, ଭେଣ୍ଡି – କିଲୋ ୪୦, ବିଲାତି – କିଲୋ ୩୦, ବାଇଗଣ – କିଲୋ ୭୦, ଗାଜର -କିଲୋ ୩୦ ଟଙ୍କା ରହିଛି ।ବଜାରରେ ବିନସ୍ ୧୨୦ ଟଙ୍କା ଥିବା ବେଳେ ବାଇଗଣ କିଲୋ ୧୦୦ଟଙ୍କା ରହିଛି ।